ମୁମ୍ଵାଇ ୦୪।୦୨; ତାବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍ଙ୍କୁ କେହି ଭୁଲି ନାହାନ୍ତି। ଜାକିର ୧୫ ଡିସେମ୍ବର ୨୦୨୪ରେ ସାନ ଫ୍ରାନ୍ସିସ୍କୋରେ ମୃତ୍ୟୁ ବରଣ କରିଥିଲେ। ଉସ୍ତାଦ୍ ଜାକିର ହୁସେନ୍ ୨୦୨୪ରେ ଆୟୋଜିତ ହଲିଉଡର ସବୁଠୁ ପ୍ରତିଷ୍ଠିତ ପୁରସ୍କାର ଗ୍ରାମୀରେ ତିନୋଟି ପ୍ରମୁଖ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଥିଲେ। ପ୍ରତିବର୍ଷ ଗ୍ରାମୀରେ ଦୁନିଆ ଛାଡିଥିବା ତାରକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ । ତେବେ ସୋମବାର ୬୭ତମ ଗ୍ରାମୀ ପୁରସ୍କାର 'ଇନ୍ ମେମୋରୀ' ସେସନରେ ଜାକିର ହୁସେନ୍ଙ୍କୁ କୌଣସି ଶ୍ରଦ୍ଧାଞ୍ଜଳି ଦିଆଯାଇନଥିଲା। ଏଥିପାଇଁ ତାଙ୍କ ପ୍ରଶଂସକମାନେ ରାଗିଛନ୍ତି।
ଗ୍ରାମୀରେ ଜାକିର ହୁସେନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇନଥିଲେ
ଗ୍ରାମୀ ପୁରସ୍କାର ୨୦୨୫ ରବିବାର ରାତି ୮ ଟାରେ ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା। ଯାହା ଭାରତୀୟ ସମୟ ଅନୁଯାୟୀ ସୋମବାର ସକାଳ। ଏଠାରେ ବିୟୋନ୍ସେ, କେଣ୍ଡ୍ରିକ୍ ଲାମାର ଏବଂ ଅନ୍ୟ ହଲିଉଡ ଗାୟକମାନେ ପୁରସ୍କାର ଜିତିଥିଲେ। ପୁରସ୍କାର ଶୋ’ର ‘ଇନ୍ ମେମୋରୀ’ ସେସନରେ ଗତ ବର୍ଷ ଦୁନିଆ ଛାଡିଥିବା ଅନେକ ସଂଗୀତଜ୍ଞଙ୍କୁ ମନେ ପକାଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଉସ୍ତାଦ୍ ଜାକିର ହୁସେନ୍ ଏହି ଭିଡିଓରେ କୌଣସି ସ୍ଥାନରେ ନଥିଲେ। ଭାରତୀୟ ସଂଗୀତ ପ୍ରଶଂସକମାନେ ଗ୍ରାମୀ ୨୦୨୫ର ଆୟୋଜକଙ୍କ ଏହି ବିବୃତ୍ତିକୁ ଆଦୌ ପସନ୍ଦ କରିନଥିଲେ।
dude where the hell is ustaad zakir hussain??? https://t.co/K7AhFIkYLX
— ✵ (@ffssanie) February 3, 2025
ଗତ ବର୍ଷ ବିଷୟରେ କହିବାକୁ ଗଲେ ଉସ୍ତାଦ୍ ଜାକିର ହୁସେନ୍ ୬୬ ତମ ଗ୍ରାମୀ ପୁରସ୍କାରରେ ଇତିହାସ ସୃଷ୍ଟି କରିଥିଲେ। ସେ ପ୍ରଥମ ଭାରତୀୟ ସଂଗୀତଜ୍ଞ ହୋଇ ତିନୋଟି ଗ୍ରାମୀ ଟ୍ରଫି ଜିତିଥିଲେ । ଜାକିର ହୁସେନ୍ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ, ଶ୍ରେଷ୍ଠ ସମସାମୟିକ ଇନଷ୍ଟ୍ରୁମେଣ୍ଟାଲ୍ ଆଲବମ୍ ଏବଂ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଜିତିଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସବୁଠାରୁ ପ୍ରସିଦ୍ଧ ସଂଗୀତକାର ଥିଲେ । ଉସ୍ତାଦ୍ ଜାକିର ହୁସେନ୍ଙ୍କୁ ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମ ଭୂଷଣ ଏବଂ ୨୦୨୩ରେ ପଦ୍ମଭୂଷଣ ଭଳି ସମ୍ମାନଜନକ ଭାରତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।